ଗରା ଗରା ଲୁହ ଘୁର୍ଣ୍ଣିର କୋହ
ଗଣ୍ଠିଳିଏ ଦୁଃଖ ନେଇ
କିଏ ଜାଣେ କେବେ କୋକେଇ ଉଠିବ
ମହଣେ ଅନ୍ଧାର ଥାଇ ,
ଦେଖିବାକୁ ଦେ ତୋ ସପନ ଟିକେ
ରାତି ଆସେ ସରି ସରି
କହି ମୁଁ ପାରୁନି ଥିବି କି ନଥିବି
ସାଥୀ ତୋତେ ଝୁରି ଝୁରି ।।ବେଳାଭୂମି
ଗରା ଗରା ଲୁହ ଘୁର୍ଣ୍ଣିର କୋହ
ଗଣ୍ଠିଳିଏ ଦୁଃଖ ନେଇ
କିଏ ଜାଣେ କେବେ କୋକେଇ ଉଠିବ
ମହଣେ ଅନ୍ଧାର ଥାଇ ,
ଦେଖିବାକୁ ଦେ ତୋ ସପନ ଟିକେ
ରାତି ଆସେ ସରି ସରି
କହି ମୁଁ ପାରୁନି ଥିବି କି ନଥିବି
ସାଥୀ ତୋତେ ଝୁରି ଝୁରି ।।ବେଳାଭୂମି
ଲୁହର ଲୁମ୍ବିନୀ
କୋହର କୋଣାର୍କ
ଦେହ ବୋଧି ଦ୍ରୁମ ତଳେ.
ତୁମ ପାଇଁ ମୋର ଆମ୍ରପଲ୍ଲୀ ଆଜି
ନିର୍ବାଣ କୁହୁଳି ଜଳେ ,
ସାରିପୁତ୍ତ ହୋଇ ପାରିଲିନି ଡେଇଁ
ଯାହା ସେ ବାସନା ରେଖା
ଆଜି ବି ତୁମର ରୂପ ମଶାଣିରେ
ସଞ୍ଜ ନଇଁଗଲେ ଅନ୍ଧାରୁଆ ପରି
ଘୁରି ବୁଲେଏକା ଏକା ।।ବେଳାଭୂମି
ଚିତ୍ରିତା ତୁମେ ଚିତ୍ରଲେଖା
ମୋ
ହୃଦୟ ମଲାଟ ପରେ
ତୁମର ସଂଳାପ ଅବୁଝା ଆଳାପ
କବିତାରେ ମୋର ସରେ,
ବକ୍ଷ ଶୋଣିତେ ଲାଭା ଉଷ୍ମତା
ସ୍ୱପ୍ନେ ମୋ ଘୁର୍ଣ୍ଣି ଝଡ଼
ଅତୀତ ସ୍ମୃତିର କାହାଣୀରେ ମୋର
ଯେବେ ଯେବେ ମନେପଡ
ଅବୁଝା ମନର ସଂଳାପ ମୁଁଏକ
ତୁମେ ଯେ ପ୍ରଣୟଗଳ୍ପ
କିଛି କହିହୁଏ କିଛି ରହିଯାଏ
କିଛି ଲେଖିହୁଏ ଅଳ୍ପ,
ସୀମିତ ସ୍ୱପନେ ସ୍ଵଳ୍ପ ଆକାଙ୍କ୍ଷା
ଗୋପନ ସ୍ମୃତିକୁ ନେଇ
ଆଜିବି ରାତିରେ ଶିହରି ଉଠେ ମୁଁ
ଥରଥର ତୁମ ପାଇଁ ।।
ତପନଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
କୁହୁଡି ଭିତରେ ଦିହୁଡ଼ି ଜାଳିଲ
ଜଳିଗଲା ରାତି ଅନ୍ଧାର
ଏମିତି ରୂପକୁ ଭାବୁଛି କେମିତି
ହୋଇଥିବ ସିଏ ସୁନ୍ଦର,
ଶୀତ ବସିବସି ଗୀତ ଗୀତ ଗାଉଥିଲା
ଲୁଲୁ ପାଇଁ ନାନା ବାୟା
ନିଦ ସବାରୀରେ ସପନ ଆସିଲା
ହେଲେ ତୁମେ ଅସିଲନି ପ୍ରିୟା ,
ଦେହ ଛୁଉଁ ଥିଲା ଛିଣ୍ଡା ମଶିଣାକୁ
ଦେହ ଛୁଁ ଥିଲା ଛିଣ୍ଡା ମଶିଣାକୁ
ଭାବନାରେ ଥିଲ ତୁମେ
ଦେଖୁଦେଖୁ ଗଲା ସାରା ରାତି ପାହି
ସେଇ ନିଉଁଛୁଣା ପ୍ରେମେ।।
ତପନ ଦୀକ୍ଷିତ (ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
ଏବେଠାରୁ କାହିଁ ନୈରାଶ୍ୟବାଦକୁ
ପଣତରେ ବାନ୍ଧି ବୁଲୁଛ ସହୀ,
ଆସ ରଙ୍ଗରସେ ବିତାଇବା
ଆଜି
କାଲିର ଦିନକୁ ଭାଳିବା କାହିଁ ?
କିଏ ଜାଣେ କାଲି ପଡି
ନଥିବ ଏ
ନଶ୍ୱର ଦେହର ମୁଠାଏ ଛାଇ
ତୁମେବି ନଥିବ ମୁଁ
ବି ନ
ଥିବି ହେଲେ
ଥିବେ
ଆମ ଜାଗାରେ
କେହି ,
ଫଗୁଣବି ଥିବ ବସନ୍ତବି
ଥିବ -ଥିବେ
ଫୁଲ ଓ
ଭ୍ରମର କେଳିରେ
ରତ
ନଥିବ ଏ ଆଜି ଥିବ ଅବଶେଷ
କିଛି ଅବଶୋଷ ଏହାହିଁ ସତ ।।
ବେଳାଭୂମି
ନିର୍ମାଲ୍ୟ ମାରା
ତୋ କୈବଲ୍ୟ ଅଇଁଠା
ତୋ ପ୍ରେମ
ଖାଲି ଛଳନା
ଭଜିବିନି ନାମ
ଯିବିନି ତୋ ଧାମ
ମିଛ ତୋର
ସେଇ ବାନା,
ଗାଳି ଦେଇ
ମାଳି କାଢି ମୁଁ
ଫିଙ୍ଗିବି
ବାଇଶି ପାହାଚେ
ତୋର
ସରଧା ବାଲିକୁ
ସିନ୍ଧୁ କରିଦେବି
ବୁହାଇ ନୟନୁ
ନୀର,
ପତିତପାବନ ବାନା
ଦେଖୁଥିବ
ନୀଳ ଚକ୍ରେ
ତୋର ରହି
ତୋର ମୋର
ଭାବ କାହିଁକି ଅଭାବ
ଆଜି.....
କହ ମୋର
ଭାବଗ୍ରାହୀ ।।ବେଳାଭୂମି
25.2.2024 Night 10.30PM
https://www.instagram.com/p/C3x4j3Ovy_y/...
ଜୟ ଜଗନ୍ନାଥ :-
ଲିଭିଯାଉ ଅବା
ଜଳୁଥାଉ
ଏଇ
ନିଶ୍ୱାସ ସଳିତା
ଦେହେ
ଖୁସିର ଝଲକେ
ଅବା
ଦୁଃଖ
ଦୈନ୍ୟେ
ଆଖି ଭିଜୁଥାଉ
ଲୁହେ,
ପିଉଥାଉ ଓଠ
ଅବା
ଅବା
ଶୁଖୁ
କଣ୍ଠ
ମଣିମା ମଣିମା
କହି
ଯାଉ କି
ନ
ଯାଉ
ଶବ
ସ୍ୱର୍ଗଦ୍ୱାର
-
ଜଳୁ କି
ନ
ଜଳୁ
ଜୁଇ,
ଏତିକି ଅଳି
ମୋ
ମାଗୁଣି
ଛାମୁ
ହେ
ସେ ଶିଖା
କମ୍ପନ
ଶେଷେ
ଯେପରି ଧୂଆଁର
ଧାର
ମହ
ମହ
ଅଗୁରୁ ଚନ୍ଦନ
ବାସେ
।।ବେଳାଭୂମି
ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...