Wednesday, March 6, 2024

କିଏ ଜାଣେ କାଲି ପଡି ନଥିବ ଏ ନଶ୍ୱର ଦେହର ମୁଠାଏ ଛାଇ


 

ଏବେଠାରୁ କାହିଁ ନୈରାଶ୍ୟବାଦକୁ

                      ପଣତରେ ବାନ୍ଧି ବୁଲୁଛ ସହୀ,

ଆସ ରଙ୍ଗରସେ ବିତାଇବା ଆଜି

                      କାଲିର ଦିନକୁ ଭାଳିବା କାହିଁ ? 

କିଏ ଜାଣେ  କାଲି ପଡି ନଥିବ

                           ନଶ୍ୱର ଦେହର ମୁଠାଏ ଛାଇ 

ତୁମେବି ନଥିବ ମୁଁ ବି ଥିବି ହେଲେ ଥିବେ

                                 ଆମ ଜାଗାରେ କେହି ,

ଫଗୁଣବି ଥିବ ବସନ୍ତବି ଥିବ -ଥିବେ

                               ଫୁଲ ଭ୍ରମର କେଳିରେ ରତ

ନଥିବ ଆଜି  ଥିବ ଅବଶେଷ

                         କିଛି ଅବଶୋଷ ଏହାହିଁ ସତ ।। ବେଳାଭୂମି

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ