Wednesday, March 6, 2024

ଭାବ ନିର୍ମାଲ୍ୟ

 

ନିର୍ମାଲ୍ୟ ମାରା ତୋ କୈବଲ୍ୟ ଅଇଁଠା

ତୋ ପ୍ରେମ ଖାଲି ଛଳନା

ଭଜିବିନି ନାମ ଯିବିନି ତୋ ଧାମ

ମିଛ ତୋର ସେଇ ବାନା,

ଗାଳି ଦେଇ ମାଳି କାଢି ମୁଁ ଫିଙ୍ଗିବି

ବାଇଶି ପାହାଚେ ତୋର

ସରଧା ବାଲିକୁ ସିନ୍ଧୁ କରିଦେବି

ବୁହାଇ ନୟନୁ ନୀର,

ପତିତପାବନ ବାନା ଦେଖୁଥିବ

ନୀଳ ଚକ୍ରେ ତୋର ରହି

ତୋର ମୋର ଭାବ କାହିଁକି ଅଭାବ

ଆଜି.....

କହ ମୋର ଭାବଗ୍ରାହୀ ।।ବେଳାଭୂମି 25.2.2024 Night 10.30PM

https://www.instagram.com/p/C3x4j3Ovy_y/...


No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ