Wednesday, March 6, 2024

କୁହୁଡି ଭିତରେ ଦିହୁଡ଼ି ଜାଳିଲ ଜଳିଗଲା ରାତି ଅନ୍ଧାର


 

କୁହୁଡି ଭିତରେ ଦିହୁଡ଼ି ଜାଳିଲ

           ଜଳିଗଲା ରାତି ଅନ୍ଧାର

ଏମିତି ରୂପକୁ ଭାବୁଛି କେମିତି 

             ହୋଇଥିବ ସିଏ ସୁନ୍ଦର,

ଶୀତ ବସିବସି ଗୀତ ଗୀତ ଗାଉଥିଲା

             ଲୁଲୁ ପାଇଁ ନାନା ବାୟା

ନିଦ ସବାରୀରେ ସପନ ଆସିଲା

            ହେଲେ ତୁମେ ଅସିଲନି ପ୍ରିୟା  ,

ଦେହ ଛୁଉଁ  ଥିଲା ଛିଣ୍ଡା ମଶିଣାକୁ

ଦେହ ଛୁଁ ଥିଲା ଛିଣ୍ଡା ମଶିଣାକୁ

                 ଭାବନାରେ ଥିଲ ତୁମେ

ଦେଖୁଦେଖୁ ଗଲା ସାରା ରାତି ପାହି

                ସେଇ ନିଉଁଛୁଣା ପ୍ରେମେ।।

ତପନ ଦୀକ୍ଷିତ (ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ     

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ