Wednesday, March 6, 2024

ଚିତ୍ରିତା ତୁମେ ଚିତ୍ରଲେଖା ମୋ ହୃଦୟ ମଲାଟ ପରେ


 

ଚିତ୍ରିତା ତୁମେ ଚିତ୍ରଲେଖା ମୋ

            ହୃଦୟ ମଲାଟ ପରେ

ତୁମର ସଂଳାପ ଅବୁଝା ଆଳାପ

           କବିତାରେ ମୋର ସରେ,

ବକ୍ଷ ଶୋଣିତେ ଲାଭା ଉଷ୍ମତା

           ସ୍ୱପ୍ନେ ମୋ ଘୁର୍ଣ୍ଣି ଝଡ଼

ଅତୀତ ସ୍ମୃତିର କାହାଣୀରେ ମୋର

          ଯେବେ ଯେବେ ମନେପଡ  

 ଅବୁଝା ମନର ସଂଳାପ ମୁଁଏକ

                ତୁମେ ଯେ ପ୍ରଣୟଗଳ୍ପ

କିଛି କହିହୁଏ କିଛି ରହିଯାଏ

               କିଛି ଲେଖିହୁଏ ଅଳ୍ପ,

ସୀମିତ ସ୍ୱପନେ ସ୍ଵଳ୍ପ ଆକାଙ୍କ୍ଷା

           ଗୋପନ ସ୍ମୃତିକୁ ନେଇ

ଆଜିବି ରାତିରେ ଶିହରି ଉଠେ ମୁଁ

            ଥରଥର ତୁମ ପାଇଁ ।।

ତପନଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ  

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ