Tuesday, October 19, 2021

କ୍ଷଣିକ ତ୍ୱଚାର ଉନ୍ମାଦି  ତୁମେ

         ଆଃ...   ଅକୁହା କଥା

ଛୁଇଁ ଫେରୁଥିବା ତୁମ  ସ୍ମୃତିକୁ ମୁଁ

          ବିରହ ଦହନ ବ୍ୟଥା,

ଜଟିଳ ଜୀବନ ଗଣିତରେ ମୁଁ ଯେ

            ଉତ୍ତର ବିହୀନ ଅଙ୍କ

ଛୁଇଁ ଫେରୁଥିବା ପୌରୁଷକୁ ତୁମେ

         ମଇଥୁନି  ବିଶେଷାଙ୍କ,

ଖନ ଖନ କୌ  କଙ୍କଣ ଶଵଦେ

          ତୁମେ ଶେଷ ରାତି-ରତି

ହାୟ ! କେଉଁ ମୁଁ  ହତାଶ ପ୍ରେମ ରେ

                ସ୍ୱପ୍ନର ଏକ ଇତି ||


1

ତପନ ଦୀକ୍ଷିତ (ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ


No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ