Wednesday, June 9, 2021

 

‘’ନିଶିଭସା ମଳୟରେ ତୁମେ ଯେବେ

          ବୋଳି ଦିଅ ନୂପୁର ପରଶ

ଋତୁ ଦେହେ ରଙ୍ଗଲାଗେ

ଚେତନାରେ ଖେଳି ଯାଏ ଗଭୀର ଆଶ୍ଲେଷ’’

ସାୟରୀ  ଲେଖୁଛି ତୁମପାଇଁ ବସି 


          ଖିଆଲୀ ଖୟାମୀ ସ୍ୱପ୍ନେ…..

***********

ସଞ୍ଜ ନଇଁଲା ଚେତନାର ଘାଟ

           ବେଦନା  କୁହୁଡି ଘେରା

ପ୍ରତିଟି ମୂହୂର୍ତ୍ତେ ତୁମ ସ୍ମୃତି ସାଥୀ

            ଅସହ୍ୟ ବେଦନା ଭରା,

ସେଇ ସ୍ମୃତି ସାଥୀ ସାଇତି ରଖିଛି 

           ହୃଦୟରେ ଅତି ଯତ୍ନେ

ସାୟରୀ  ଲେଖୁଛି ତୁମପାଇଁ ବସି 

          ଖିଆଲୀ ଖୟାମୀ ସ୍ୱପ୍ନେ,

ପଢିନେବ ରାତି ନିରିଜନ ହେଲେ

          ଅଧର ପରଶ ଦେଇ

ରାଣ  ସାଥୀ ଏଇ  ପ୍ରୀତି ଭିକ୍ଷୁକକୁ

        ନିରାଶ କରିବ ନାହିଁ,

ଭାରାକ୍ରାନ୍ତ ମନେ- ମଧୁଶାଳା ସ୍ଵପ୍ନ

         ନିଃସଙ୍ଗତା ମାରେ ହାଇ

ଜାଣେନା ଆଜିର ରାତି ସପନଟା

          କିଅବା  ଆସିବ ନେଇ ……।।

ତପନ ଦୀକ୍ଷିତ(ବେଳା ଭୂମି)

ନାସି କେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ