Wednesday, June 9, 2021


 

. ....ଆମେ ଦୁହେଁ...

............................

ଆଉ ଥରେ ଗଣିତ ଖାତାରେ

ପ୍ରେମର ତ୍ରିଭୁଜ କରି

ମାପି ଯିବା ଦୁହେଁ କୋଣ ଅନୁକୋଣ

ଜ୍ୟାମିତିକ ସୁତ୍ର ଧରି,

ମନ ଭୁଗୋଳରେ ଜାଗାଟେ ବାଛିବା

ହାତ ହୋଇ ଧରା ଧରି

କାଗଜ ଡଙ୍ଗାଟେ କରି ଭସେଇବା

ରଫ ଖାତା ଫର୍ଦ୍ଦ ଚିରି,

ଝରିବ ଶ୍ରାବଣ ଝୁରିବ ଫଗୁଣ

ଲାଗିବ ଚଇତି ଛୁଆଁ

ତାରୁଣ୍ୟର ସେଇ ଉଛୁଳା ଯୌବନ

ପୁଣି ହେବ ଅମାନିଆ,

ପ୍ରେମୀ ଯୁଗଳଙ୍କ ଡାଏରି ଫର୍ଦ୍ଦରେ

ଲେଖା ଥିବ ଆମ ନାମ

....ଆମେ ଦୁହେଁ ଇତିହାସ ହୋଇ

ରଚିବା ନିଆରା ପ୍ରେମ 🌹।।

ତପନ ଦୀକ୍ଷିତ(ବେଳାଭୂମି)

ନାସି କେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ