Tuesday, October 19, 2021

 

ତୁ ଆସୁଥିବୁ  ଗଭା କଦମ୍ବରେ

            ଋତୁ ଥିବ ମତୁଆଲା


ଝରି ଭରୁଥିବ ଅସରା ଅସରା

           ଉଛୁଳୁ ଥିବ ପିଆଲା ,

ବରଷି ପରଷି  ପରଶେ ହରଷେ

          ନିମିଷେ ବିରହ ହରି

ଚୋକେ ବାକି ତାପ ହରୁଥିବୁ  ଯେବେ

         ବିନ୍ଦୁ ପଡୁଥିବେ ଝରି ,

ଚାରିଆଡେ ଥିବ କାଦମ୍ବରୀ ବାସ

            ଶ୍ରାବଣର ମଧୁଶାଳେ

ମୁଁ ଲେଖୁଥିବି  ମେଘଦୂତ କାବ୍ୟ 

             ତୋ  ଚୂର୍ଣ୍ଣକୁନ୍ତଳ ତଳେ ।।

ତପନ ଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ