Thursday, December 14, 2017

ପୂର୍ଣ୍ଣତା

ପୂର୍ଣ୍ଣତା
**********
ମାତି  ଉଠି ଥିବ ନୁଆ ମନଟା
ଜହ୍ନ ମାରୁଥିବ ହାଇ
ନୀଳ କଇଁଥିବ ଅଭିସାର ସାଜେ 

ଗଡ଼ିଆ ପାଣିରେ ଥାଇ,
ଦୁଇଟି ଛାତିରେ କମ୍ପନ ଥିବ 
ଓଠେ ଥିବ ନୀରବତା
ଚେତନାରେ ଥିବ ଅବଚେତନର
ନିଚ୍ଛକ ବାସ୍ତବତା,
ଋତୁ ଯଉବନି ମିଳନ ବାସରେ
ବାଉଥିବ  ସାହାନାଇଁ
ବୁଡି ଯାଉଥିବ ପାହାଁନ୍ତି ଜହ୍ନଟା 
ରାତି ଆସୁଥିବ ପାହି,
ପାପ ପୁଣ୍ୟର ମିଶାଣ ଫଳରେ
ଅବଶ ପାଦକୁ  ନେଇ
ଦୁହେଁ ଫେରୁଥିବା  ଦୁଇଟି ଦେହର
ଦୁଇଟି ପୂର୍ଣ୍ଣତା ନେଇ.. ।।
 ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ