Wednesday, August 29, 2018

ଫଗୁଣ ଉଡାଇ ଆସୁଥିବ ତୁମେ ...ଅକୁହା କହିବା ପାଇଁ


ଫଗୁଣ ଉଡାଇ ଆସୁଥିବ ତୁମେ 
                  ଅକୁହା କହିବା ପାଇଁ
************************
ଜୀବନରେ ଯେବେ ସଞ୍ଜ ନଉଁଥିବ
ପଣତେ  ସପନେ ତୁମେ ଆସୁଥିବ,
ଓଠ ଥରୁଥିବ କିଛି କହିବାକୁ
ପାଦ କହୁଥିବ ଟିକେ ରହିବାକୁ,
ଛାତିରେ ଛାତିଏ ଅକୁହା ବେଦନା
             ଆସି ଯାଉଥିବ ଫେରି
କବରୀ କୁସୁମ ଅଭିମାନେ ତୁମ
             ପଡୁଥିବେ ଝରି ଝରି,
ଝରା କୁସୁମକୁ ସାଉଣ୍ଟୁଥିବି ମୁଁ
        ରାତି ଆସୁଥିବ ସରି 
ଅବା  ଶୋଇଥିବି  ଶେଷ ନିଦରେ ମୁଁ
                ସପନ ମୋ ଦେଖି ସାରି,
ଫଗୁଣ ଉଡାଇ ଆସୁଥିବ ତୁମେ 
                  ଅକୁହା କହିବା ପାଇଁ
ଶ୍ରାବଣ ସାଉଁଟି ମୁଁ  ଯାଇଥିବି 
              ଅଫେରା ଫେରାରେ ଶୋଇ,
ଅଗଣାରେ ଥିବ ରାମନାମ ସତ୍ୟ
                 ବିଦାୟର ସାହାନାଇଁ
ତୁମେ ଆସୁଥିବ କହିବାକୁ ଯାହା
                   ସେଦିନ ନଥିଲ କହି…..।।
ତପନ ଦୀକ୍ଷିତ(ବେଳା ଭୂମି)  16.8.2018
ନାଶିକେଶ୍ୱର, କାକଟପୁର, ପୁରୀ ,ଓଡ଼ିଶା

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ