ବୋଧହୁଏ! ତମେ ଆସି
ପହଞ୍ଚିବ
ରାତି ନିରିଜନ ହେଲେ
ଅବା ବୁଡ଼ିଗଲେ ପାହାନ୍ତି
ଜହ୍ନଟା
ପୂରୁବ ସିନ୍ଦୁରି ହେଲେ,
ରୂପର ଡାଳରେ
ଯଉବନ ଫୁଲ
ମହଳଣ ପଡିଗଲେ
ମନ ମଧୁଶାଳା ପ୍ରୀତି
ପିଆଲାରୁ
ଶେଷ ଢ଼ୋକ
ସରିଗଲେ,
ଅବା ନଈପଠା କାଶତଣ୍ଡୀ
ସବୁ
ଫୁଟି ପୁଣି ଝରିଗଲେ
ଶେଷ ବସନ୍ତର କଳା
କୋଇଲିଟା
ଶେଷ ଡାକ
ଦେଇ ଗଲେ
ବୟସ ଶେଷରେ ଜରା
ଦେହ ମୋର
ଶେଷ ହାଇ ମାରୁଥିଲେ
ଦିହୁଡ଼ି ଜଳିଲେ ମଶାଣି
ଛାତିରେ
ଅବା କୋକେଇଟା
ଉଠିଗଲେ ।।
ତପନଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
No comments:
Post a Comment