Thursday, August 24, 2023

 

ବୟସରେ ତୋର ବସନ୍ତ ଫେରିଛି

                ସାରା ସହରରେ ଚହଳ

କେହି ଝୁମେ ଭାବି- କେହି ପ୍ରେମ କବି

                 ଆଉ ପୁଣି କିଏ ପାଗଳ,

ଯାଇଥିଲି ରାତି ସପନରେ ତୋର

                  ସଉଦା କରିବି ବୋଲି,

ରାତି ପାହି ଗଲା ଜହ୍ନ ବୁଡି ଗଲା

                     ଅଧା ରଖିଦେଲୁ କାଲି.

ରୂପ ହାଟୁ ତୋର ଲେଉଟିଲି ଯାହା

                      ଅନ୍ଧାରେ ଝୁଣ୍ଟି ଝୁଣ୍ଟି

ମୋ ସାଥେ ଖେଳିଲୁ ବୋହୁଚୋରି  ଖେଳ

                   ଆଖିରେ  ବାନ୍ଧି ମୋ ପଟି

ସପନ ଟା ପଛେ ଚୁଲିକି ଯାଉ

ଦୁନିଆଟା ପଛେ ଦୁଲୁକି ଯାଉ,

ଫଗୁଣେ ବୈଶାଖୀ ଝାଇଁ 

ବହି ଯାଉ ପଛେ- କହି ଦେଉଛି ମୁଁ

ତୋ ଅଗଣା ମାଡ଼ିବି ନାହିଁ….. ।।

ତପନ ଦୀକ୍ଷିତ (ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ

।।ବେଳାଭୂମି

 

ବୋଧହୁଏ! ତମେ ଆସି ପହଞ୍ଚିବ 

                ରାତି ନିରିଜନ  ହେଲେ

ଅବା ବୁଡ଼ିଗଲେ ପାହାନ୍ତି ଜହ୍ନଟା

              ପୂରୁବ ସିନ୍ଦୁରି ହେଲେ,


ରୂପର  ଡାଳରେ ଯଉବନ ଫୁଲ

                 ମହଳଣ ପଡିଗଲେ

ମନ ମଧୁଶାଳା ପ୍ରୀତି ପିଆଲାରୁ

               ଶେଷ ଢ଼ୋକ ସରିଗଲେ,

ଅବା ନଈପଠା କାଶତଣ୍ଡୀ ସବୁ

                      ଫୁଟି ପୁଣି ଝରିଗଲେ

ଶେଷ ବସନ୍ତର କଳା କୋଇଲିଟା

                   ଶେଷ ଡାକ ଦେଇ ଗଲେ

ବୟସ ଶେଷରେ ଜରା ଦେହ ମୋର

                     ଶେଷ ହାଇ ମାରୁଥିଲେ

ଦିହୁଡ଼ି ଜଳିଲେ ମଶାଣି ଛାତିରେ

                   ଅବା କୋକେଇଟା ଉଠିଗଲେ ।।

ତପନଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

 

ତୁମେ ଅବନା ରାତିର ସାଵନା ରୂପସୀ 

            ମୁଁ ଯେ  ନିଉଁଛୁଣା ସପନଟେ


ଛଳ  ଛଳ ତୁମେ  ମଦିରା  ଛଲକ

             ମୁଁ ଯେ ଦରଭଙ୍ଗା ପିଆଲାଟେ,

ଅଗଣା ମଝିରେ ପୂଜା ପାଉଥିବା

      ଅଗଣା ତୁଳସୀ ତୁମେ

 ଅଜଣା ପ୍ରେମର ପୂଜାରୀଟିଏ ମୁଁ

     ଆଜିବି ତୁମରି ନାମେ...।।ବେଳାଭୂମି

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ