Tuesday, September 13, 2022

କିଙ୍କର ଶଙ୍କା ମନେ:-


 

କିଙ୍କର  ଶଙ୍କା ମନେ:-

***************

ସୁଶ୍ରୀ ଗୋ ତୁମ ଚୁର୍ଣ୍ଣ କୁନ୍ତଳ ମନ୍ଦ ମଧୁର ବାସ୍ନା

ଫେନାୟିତ ଅଙ୍ଗ-ବଲ୍ଲରୀରେ ମୋ ଶତ ଶତାବ୍ଦୀ ତୃଷ୍ଣା,

ବିମ୍ବ ଅଧର କୁନ୍ଦଦନ୍ତ ତୁମ  ଶଙ୍ଖ ନାଭି  କୃଶକଟୀ 

ଭ୍ରମର ମୋହିତ ମଞ୍ଜୁମଞ୍ଜୀର ଶୃଙ୍ଗାର  ପରିପାଟୀ,

ଢଳ ଢଳ ଦ୍ୱୟ ସୁ ଉଚ୍ଚ କୁଚ ମନରେ ରଚେ ଯା  ମାୟା

କିବା ଅପ୍ସରୀ ମେନକା ରମ୍ଭା କିବା ମନ୍ମଥ ପ୍ରିୟା ..?

ଭୀତି ନୁହେଁ ଭ୍ରାନ୍ତି ନୟନ ଚୟନେ ଅବା ସ୍ମିତ  ହାସ୍ୟ ଦାନେ

ଫେଡ଼ି କର ଦୂର ହେ ନାଗରୀବର  କିଙ୍କର  ଶଙ୍କା ମନେ ।।

ତପନ ଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

ମନ୍ମଥ ପ୍ରିୟା :କାମଦେବଙ୍କ ପତ୍ନୀ; ରତିଦେବୀ — The wife of God Cupid.

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ