Tuesday, October 19, 2021

 ଉଦାସ ଉଦାସ ଆଖିଦୁଇ ତାର

ସତେଅବା !  କୁହେ କିଛି

ସପନ ରେ ଆସି ସପନରେ ଯାଏ

ହେଲେ  କୁହେ ନାହିଁ  କିଛି,

ଟଣା ଟଣା ଆଖି ବଣା କରେ ଲାଗେ

ଏଇ ନାହିଁ ଏଏଇ ଅଛି

ବୁଝି ବି ଅବୁଝା ମୋ ପ୍ରେମ ତା ପାଇଁ

(ଜାଣେନା )ସତ ଅବା  ମିଛି ମିଛି।।ବେଳାଭୂମି

 

ତୁ ଆସୁଥିବୁ  ଗଭା କଦମ୍ବରେ

            ଋତୁ ଥିବ ମତୁଆଲା


ଝରି ଭରୁଥିବ ଅସରା ଅସରା

           ଉଛୁଳୁ ଥିବ ପିଆଲା ,

ବରଷି ପରଷି  ପରଶେ ହରଷେ

          ନିମିଷେ ବିରହ ହରି

ଚୋକେ ବାକି ତାପ ହରୁଥିବୁ  ଯେବେ

         ବିନ୍ଦୁ ପଡୁଥିବେ ଝରି ,

ଚାରିଆଡେ ଥିବ କାଦମ୍ବରୀ ବାସ

            ଶ୍ରାବଣର ମଧୁଶାଳେ

ମୁଁ ଲେଖୁଥିବି  ମେଘଦୂତ କାବ୍ୟ 

             ତୋ  ଚୂର୍ଣ୍ଣକୁନ୍ତଳ ତଳେ ।।

ତପନ ଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

କ୍ଷଣିକ ତ୍ୱଚାର ଉନ୍ମାଦି  ତୁମେ

         ଆଃ...   ଅକୁହା କଥା

ଛୁଇଁ ଫେରୁଥିବା ତୁମ  ସ୍ମୃତିକୁ ମୁଁ

          ବିରହ ଦହନ ବ୍ୟଥା,

ଜଟିଳ ଜୀବନ ଗଣିତରେ ମୁଁ ଯେ

            ଉତ୍ତର ବିହୀନ ଅଙ୍କ

ଛୁଇଁ ଫେରୁଥିବା ପୌରୁଷକୁ ତୁମେ

         ମଇଥୁନି  ବିଶେଷାଙ୍କ,

ଖନ ଖନ କୌ  କଙ୍କଣ ଶଵଦେ

          ତୁମେ ଶେଷ ରାତି-ରତି

ହାୟ ! କେଉଁ ମୁଁ  ହତାଶ ପ୍ରେମ ରେ

                ସ୍ୱପ୍ନର ଏକ ଇତି ||


1

ତପନ ଦୀକ୍ଷିତ (ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ


ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ