Friday, March 13, 2020

ଛାତିତଳୁ ହିକ୍ କା ଉଠେ


ଛାତିତଳୁ ହିକ୍ କା ଉଠେ
******************
ରାତି ଲାଗୁଅଛି ଭୋଜବାଜୀ ପରି
             ଦେହ ଲାଗେ ହିମ ହିମ
ପୁନିଅଁ ହସୁଛି  କାଶ ହସ ପରି
            ଉକୁଟେ ଅଦେଖା ପ୍ରେମ,
ପଳାଶି ପଳାଶି କୁଆଁରୀ ଘାଟଟା
            ପାଣିରେ ମେହେନ୍ଦି ନାଲି

ଏବେବି ଖେଳୁଛି ହୃଦୟ ହୀନାର 
            ଯିବା ପରେ ପରେ  ଚାଲି,
ଟାହି କରୁଅଛି ତୁଠ ପଥରଟା 
              ସପନ ବସିଛି ତୁଠେ
ଘଡି ମାରି ବୁଡ଼େ ଚଉଠି ଜହ୍ନଟା
            ଛାତିତଳୁ ହିକ୍ କା ଉଠେ,
ନିଠେଇ ଦେଖୁଛି ଋତୁ କମିନାଟା
             ଫଗୁଣ ଜାଳୁଛି ବତୀ,
ମନ ବିକିବାକୁ ମୂଲେଇ ହେଉଛି
                ରୂପର  ହାଟରେ ସତୀ।।11.3.2020
ତପନଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ