Friday, March 13, 2020

ପ୍ରୀତି ଶିଖା


ପ୍ରୀତି ଶିଖା
 ଜଳି ଯାଉଥିବା ପତଙ୍ଗ ଟିଏ ମୁଁ
           ତୁମ ଶିଖା ଅନଳରେ
 କାହିଁକି ବା କୁହ ଜଳି ଜାଳି ତୁମେ
           ହସୁଥାଅ ନିର୍ବିକାରେ , 
ବିକ୍ଷିପ୍ତ ମନର ସଂକ୍ଷିପ୍ତ କାହାଣୀ
        ସୀମାହୀନ ଗୋପନତା
ମିଛ ନିୟମର ଦଉଡ଼ିରେ ଟଙ୍ଗା
          ସମାଜର ଶାଳୀନତା,
କାଚ ଆଇନାରେ ରୂପର ମେଳଣ
         କୁଆଁରୀ ବାହୁନେ ବସି
ଅଭିଆଡ଼ି ଆଖି  ସପନକୁ ଜାଳି
          ପୁହାଏ ନିଗୋଡ଼ା  ନିଶି,
ମଳୟର ଦେହେ ମହକ ମିଳାଏ
        ବିରହ ବାହୁନି ଲୋଟେ
ପଲକ ତଳର ଅଳିକ ସପନ
         ଅନ୍ଧାରେ କୁହୁଳି ଉଠେ 
ଥରଟିଏ କୁହ ପ୍ରୀତି ଶିଖା ମୋର
କେତେ ବା ବେଦନା ସାଉଣ୍ଟୁ ଥିବି ମୁଁ ତୁମରି ଅନଳ ଝାସୁ
ଖୋଜି ହେଉଥିବି ତୁମରି ସ୍ମୃତିକୁ ଲୁଚାଇ ଆଖିର ଅଶ୍ରୁ .......।। 26.2.2020
ତପନ ଦୀକ୍ଷିତ (ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ


No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ