Friday, March 13, 2020

ରୂପ ଶିଖା


ଅଦେଖା ରୂପର ମିଠା ମିଠା ଛୁଆଁ
            ଯେବେ ମୋତେ ହାତ ଠାରେ
ଜାଣେନା କାହିଁକି ଜଳିବାକୁ ଯାଏ
                 ତା ଛୁଆଁ କୁହୁକରେ,
ରୂପ ଶିଖା ଅବା ଦୀପ ଶିଖା ବୋଲି
              ଲେଉଟି  ଚାହିଁନି ଥରେ
ପତଙ୍ଗ ପରି ମୁଁ ଜଳୁଛି କେବଳ 
                 ତା ରୂପର ଇଶାରାରେ।।ବେଳାଭୂମି


ପ୍ରୀତି ଶିଖା


ପ୍ରୀତି ଶିଖା
 ଜଳି ଯାଉଥିବା ପତଙ୍ଗ ଟିଏ ମୁଁ
           ତୁମ ଶିଖା ଅନଳରେ
 କାହିଁକି ବା କୁହ ଜଳି ଜାଳି ତୁମେ
           ହସୁଥାଅ ନିର୍ବିକାରେ , 
ବିକ୍ଷିପ୍ତ ମନର ସଂକ୍ଷିପ୍ତ କାହାଣୀ
        ସୀମାହୀନ ଗୋପନତା
ମିଛ ନିୟମର ଦଉଡ଼ିରେ ଟଙ୍ଗା
          ସମାଜର ଶାଳୀନତା,
କାଚ ଆଇନାରେ ରୂପର ମେଳଣ
         କୁଆଁରୀ ବାହୁନେ ବସି
ଅଭିଆଡ଼ି ଆଖି  ସପନକୁ ଜାଳି
          ପୁହାଏ ନିଗୋଡ଼ା  ନିଶି,
ମଳୟର ଦେହେ ମହକ ମିଳାଏ
        ବିରହ ବାହୁନି ଲୋଟେ
ପଲକ ତଳର ଅଳିକ ସପନ
         ଅନ୍ଧାରେ କୁହୁଳି ଉଠେ 
ଥରଟିଏ କୁହ ପ୍ରୀତି ଶିଖା ମୋର
କେତେ ବା ବେଦନା ସାଉଣ୍ଟୁ ଥିବି ମୁଁ ତୁମରି ଅନଳ ଝାସୁ
ଖୋଜି ହେଉଥିବି ତୁମରି ସ୍ମୃତିକୁ ଲୁଚାଇ ଆଖିର ଅଶ୍ରୁ .......।। 26.2.2020
ତପନ ଦୀକ୍ଷିତ (ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ


ନି-ଆଇଁଷଏଠି କାହିଁ


ପ୍ରଭୁ ମୁଣ୍ଡଠାରୁ ଗୋଡ଼ ରକତ ମାଉଁସେ
ନି-ଆଇଁଷଏଠି କାହିଁ
କିପରି ଭାବିବି ଏ ମର ଜଗତେ
ଶୁଦ୍ଧ ଶାକାହାରୀ ମୁହିଁ,
କ୍ରିୟା କାରଣରେ କର୍ତ୍ତା ପରା ତୁମେ
କରି ଯେ କରାଉ ଥାଅ
ପୁଣି କାଇଁ ପ୍ରଭୁ ପ୍ରହସନଏଠି
ପାପ-ପୂଣ୍ୟର କୁହ?।।ବେଳାଭୂମି


କ୍ରମି କ୍ରମଶଃକୁ


କ୍ରମି କ୍ରମଶଃକୁ 
ହରି ଭରେ  ହରି ହରେ ହର ହୋଇ
            ମାରି ପୁଣି  ତାରେ ସେଇ
କ୍ରିୟା କାରଣରେ ଦାତା ବି ଗ୍ରହୀତା 
             ତା ବିନୁ ଅନ୍ୟ କେ ନାହିଁ,
ଭବ ଭାବ ପରା ଅଢେଇ ଦିନିଆ
             କ୍ରମ କ୍ରମାଙ୍କ କୁ ନେଇ
କିଆଁ  ରୂପ ଦେଉ ବ୍ୟଥାର ଗାଥାକୁ
             ନିଜ ଲୁହ ନିଜେ ପିଇ,
କ୍ରମି କ୍ରମଶଃକୁ  ବିରାଟ ହୋଇ ଯା
            ବ୍ୟଥା ତୋ ରହିବ ନାହିଁ
କଥା ରହିଯିବ ପ୍ରଥାର ଗାଥାରେ
            ଆସୁଥିବା କାଲି ପାଇଁ.......।। 27.2.2020
ତପନ ଦୀକ୍ଷିତ (ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ


କେହିବି ପାରୁନେ କହି

ତୁ ବି ଜଳୁଛୁ ମୁଁ ବି ଜଳୁଛି
କେହିବି ପାରୁନେ କହି
ଦୁଇ ହୃଦୟର ଏଇ ବନ୍ଧନଟା
ଏମିତି କହ ତୁ କାଇଁ ?
କୁହୁଳା ଜୁଇରୁ ଧୂଆଁ ଉଠେ ନାହିଁ
ଖାଲି ଯାଏପୋଡି ପୋଡି
ବୋଧ ହୁଏ ଆଉ ଫେରିବନି ଆମ
ମିଳନର ସେହି ଘଡି ।।ବେଳାଭୂମି 

ଅରଜ କରେ ଏ ଛାର କିଙ୍କର


ଅରଜ କରେ ଛାର କିଙ୍କର
****************
କୁଚେ କାଞ୍ଚଲା ମନଜିଣା ତୋର
ପୁଣି ରତିଜିଣା ବିମ୍ବ ଅଧର,
ନଜରେ ସତେ!  ଗାରୁଡି ମନ୍ତର
ରୂପେ ତୋ ନାହିଁ ଯେଣୁ ପଟାନ୍ତର,
ତିରଣେ କିଙ୍କର ତୋର ତୋରଣେ
ବଇଛଇଁ ତୋର ପ୍ରୀତି ଚାରଣେ,
ତୃଷାରେ ଆତୁର ଦହେ ପରାଣ
ପଚାରିବ ପଛେ ତାର କାରଣ
ଖୋଲି ଘନ କେଶ ଭିଡି  ଉରଜ
ସମଝି ବୁଝି ମେଣ୍ଟାଅ ଗରଜ,
ପୀନ ପୟୋଧରୁ ପରଷି ବାରି  
ସୁକେଶି ବାରେ କଣ୍ଠୁ ତୃଷା ହରି,
ତାରଣ ମନ୍ତ୍ରେ ତାରି ବାରି ଦାନେ
କୋଳେ ତୋଳି ଘନ ଘନ ଚୁମ୍ବନେ,
ପୂରତି କର ମନୋ ବାଞ୍ଛା ତାର
ଅରଜ କରେ ଛାର କିଙ୍କର?।।19.3.2018/28.2.2020
ତପନଦୀକ୍ଷିତ(ବେଳାଭୂମି)        
ନାସି କେଶ୍ୱର, କାକଟପୁର, ପୁରୀ
ଶବ୍ଦାର୍ଥକାଞ୍ଚଲା — ଉଚ୍ଚାରଣ: Kān̄chalā কাঞ্চলী,কাঞ্চলীଦେ. ବି. — : (ସଂ. କଞ୍ଚୁଳିକୀ) ସ୍ତ୍ରୀ ଲୋକମାନେ ବାହୁ ଓ ଛାତି ଉପରେ କସି କରି ଯେଉଁ ଜାକେଟ ପିନ୍ଧନ୍ତି ,
ନିବିବନ୍ଧ:ପାଟରେ ତିଆରି ହୋଇଥାଏଅଣ୍ଟାରେ ଏକ ଓଢ଼ଣା ପରି ପାଟ ଲୁଗାବନ୍ଧା ହୋଇଥାଏ, ଏହାକୁ"ନିବିବନ୍ଧ"କୁହାଯାଇଥାଏ


ତୁମ ହାତ ଛୁଆଁ ଲହରିବ ଯେବେ


ବୋଧହୁଏ! କେଉଁ ଅଜଣା ଜ୍ୟୋତିଷ
                କଥା ହୋଇଯିବ ସତ
************************
ତୁମ ହାତ ଛୁଆଁ ଲହରିବ ଯେବେ
           ମୋର ଏଇ ଦେହ ପରେ

ଶୂନ୍ୟତା  ଦେହୁ ପ୍ରଣୟର ଧ୍ୱନୀ
           ଗୁଞ୍ଜରିବ  ନିଶବ୍ଦରେ,
ଦୁଇ ଦେହ ଆଉ ଦୁଇଟି ମନର
              ମିଳନର ବାସରରେ
ନୂତନ ସୃଷ୍ଟି ଜନ୍ମ ଲଭିବ
              ଅଦୃଷ୍ଟର ଇଶାରାରେ,
ନୀଳକଇଁ ଆଉ ଆକାଶର ଜହ୍ନ 
               ଥିବେ ଆଲିଙ୍ଗନ ରତ 
ବୋଧହୁଏ! କେଉଁ ଅଜଣା ଜ୍ୟୋତିଷ
                କଥା ହୋଇଯିବ ସତ?।।3.3.2020
ତପନଦୀକ୍ଷିତ(ବେଳାଭୂମି)        
ନାସି କେଶ୍ୱର, କାକଟପୁର, ପୁରୀ
Mann font  Repost
ପ୍ରଣୟ: ପ୍ରେମ; ପ୍ରୀତି. Love.

ସଞ୍ଜ ଆସେ ନଇଁ ନଇଁ


ସଞ୍ଜ ଆସେ ନଇଁ ନଇଁ
ଜୋଛନାରେ ଖୁନ୍ଦି ଖୁନ୍ଦି ଦେହର ଇନ୍ଧନ,
ସ୍ଵପ୍ନସବୁ ହିମ ହୁଏ ଆଖିର ପାଖୁଡା ତଳେ

ବଞ୍ଚିବାଟା ତୁମ ବିନା 
ଅସରନ୍ତି ପ୍ରଶ୍ନ ଆଉ ପ୍ରଶ୍ନ
ନିର୍ବାଣର ମୋହ ନାହିଁ
ଅବା ନାହିଁ ମୃତ୍ୟୁର ସେ ଡର
ହେଲେ କାଇଁ 
ନଇଁ ଗଲେ ପାଣିଚିଆ ସଞ୍ଜ
କେଜାଣି କାହିଁକି ଆଜି ….
ସାଗରର ଢେଉ ଭଳି ମାଡିଆସେ
ନିରୋଳା  ଅନ୍ଧାର……।।ବେଳାଭୂମି

ଆସିଛି ପର୍ବ ହୋଲିର


ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ
**************************
ଅନେକ ସପନ ବରଷାରେ ଭିଜା

                ଇନ୍ଦ୍ରଧନୁ ଛୁଆଁ ନେଇ
 ଫଗୁଣ/ବସନ୍ତ  ଆସିଛି ରଙ୍ଗ ପସରାରେ
             ବରଷକେ ଥରେ ପାଇଁ,
ସହକାର ଆଜି ମୁକୁଳିତ  ଗାଏ
               କୋଇଲି ପଞ୍ଚମ ସୁରେ
ଫୁଲେଇ ଫଗୁଣ  ହୋଲି ରଙ୍ଗ ବାଣ୍ଟେ
               ଫଗୁରଙ୍ଗି  ପସରାରେ,
ହେଲେ ତୁମ ରଙ୍ଗ ନିଆରା ନିଆରା
              'ଜିଆରା ନାହିଁ ମୋ ଲାଗେ'
ଫିକା ଫିକା ରଙ୍ଗ ଫିକା ବସନ୍ତ
                  ସବୁ ତୁମ ପ୍ରେମ ଆଗେ,
ଚାରିଆଡ ଆଜି ଝିଲିମିଲି କରେ
         ଭିଜା ଭିଜା ସହର
ତୁମେ ଭିଜି ଯାଅ ମୁଁ ବି ଯାଉଛି
ଆସିଛି ପର୍ବ ହୋଲିର .... …।।
ତପନ ଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ