Monday, June 24, 2019

ମୁଣ୍ଡେ ବାନ୍ଧି ପ୍ରେମ ଶିରପା………

ମୁଣ୍ଡେ ବାନ୍ଧି ପ୍ରେମ ଶିରପା……….
କାଦମ୍ବିନୀ………!
ଆସିବି ଆସିନି ଶରତର ଛୁଆଁ 
ଯାଇବି ଯାଇନି ବରଷା 
କଦମ୍ବ ମହକେ ବହକାଇଛ ଯା 

ପାଇବି ପାଉନି ଭରସା, 
ଫି ଦିନ ବିତେ କାଦମ୍ବରୀ ପାନେ 
ମଧୁଶାଳା ପଥ ଧାରେ 
ଗିରିଷମ ଗଲା ବରଷା ବି ଗଲା 
ବାକି ଚାରି ଅପେକ୍ଷାରେ, 
ନିର୍ଜନ ଦ୍ୱୀପର ଛତ୍ରପତି ସାଜି 
ମୁଣ୍ଡେ ବାନ୍ଧି ପ୍ରେମ ଶିରପା
ଅପେକ୍ଷାରେ ବିତେ ଋତୁ ପରେ ଋତୁ 
ପାଇବାକୁ ତୁମ କୁରୁପା…..,
ବୁଝି ହୁଏ ନାହିଁ ଗୂଢ଼ ରହସ୍ୟଟା 
ମୂଢ ପରି ମୋହେ ପ୍ରଣୟେ
ବୁଝି ହୁଏ ନାହିଁ ପ୍ରଗାଢ ପ୍ରେମକି
ବନ୍ଦୀ ତୁମ ରୂପ ବଳୟେ? ……….…।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ 
କୁରୁପା (କୃପା ), ଶିରପା –ମୁକୁଟ

ଫେରୁଛି ଶ୍ରାବଣ.

ଫେରୁଛି ଶ୍ରାବଣ......
''ଝୁରୁଛି ଫଗୁଣ ଫେରୁଛି ଶ୍ରାବଣ
ଝରା ପତ୍ରେ ତୁମ ସୁର
ମହୁଲି ପରଷେ ଘାଟ କଦମ୍ବଟା
ଉଙ୍କି ମାରେ ବିରହର''
ଲୁହ ଦରିଆରେ ଜୁଆର ଉଠିଛି
ଛାତିରେ କୋହର ଝଡ଼
ସବୁଅଛି କିଛି ନାହିଁର ଭିତରେ
ହୃଦୟ ଲାଗୁଛି ଜଡ,
ଜୀବନ ଖୋଜୁଛି ବଞ୍ଚିବାର ସ୍ୱାଦ
ଆୟୁଷେ ଜହର ପିଇ
ଛାତିକୁ ଛୁଇଁଛି ଅଜଣା ତାତିଟା
ହଜାରେ ରାତିକୁ ନେଇ,
ଅଦେଖା ସପନେ ପଲକ ଭରା ମୋ
ଭାବନା ଖେଳୁଛି ହୋଲି
ମନ ମଧୁଶାଳେ ଗହଳ ଚହଳ
ହେଲେ ... 
ପିଆଲା ପଡିଛି ଖାଲି।।

ତପନ ଦୀକ୍ଷିତ(ବେଳା ଭୂମି) 
ନାଶିକେଶ୍ୱର, କାକଟପୁର, ପୁରୀ

ଚମ୍ପେଇ ଅନ୍ଧାରେ .....

ଚମ୍ପେଇ ଅନ୍ଧାରେ ..... 
**********************
ଜହ୍ନ ବୁଡ଼ିଗଲେ ପାହାଡ଼ ସେପାଖେ 

ଚୋରି ଚୋରି ରାଣ ଆସିବ
ମୁକୁଳାଇ ତୁମ କଳା କବରୀକୁ 
ମୋ ପାଖରେ ଟିକେ ବସିବ ,
ମାଳ ଗୁନ୍ଥି ଥିବି ଗଙ୍ଗ ଶିଉଳିରେ
ରଙ୍ଗେଇଥିବି ମୁଁ ପ୍ରେମେ
କିଏ ଜାଣେ ! କାଲି ଥିବି କି ନଥିବି
ହେବାକୁ ତୁମରି ନାମେ ..
ରାତି କାକର ଟା ପାଣି ହୋଇଗଲେ
ବୋଧ ହୁଏ ! ତୁମେ ଆସିବ
ଦେହେ ଦେହ ଲାଗି ଅଳପ ହସରେ
ମିଠା ମିଠା ଟିକେ ଭାଷିବ ,
ଚମ୍ପେଇ ଅନ୍ଧାରେ ଚରଚା ରେ ଥିବ
ତୁମ ମୋ ପ୍ରେମ ଗାଥା
ଚାପା ଚାପା ଦୂରେ ଶୁଣା ଯାଉଥିବ
ଟୁପ୍ ଟାପ୍ କିଛି କଥା ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଖୋଲି କହିବାକୁ

ଖୋଲି କହିବାକୁ
********
ସଞ୍ଜ ନଇଁଗଲେ କାଇଁ ଆଜି ଭାରି
ନିରୋଳା ନିରୋଳା ଲାଗେ
ସଞ୍ଜୁଆ ଅନ୍ଧାରେ ସଜ କଦମ୍ବର

ବାସେ ନିଶ୍ୱାସଟା ଜାଗେ,
ଋତୁ ଆଉ ରାତି ଭେଳିକି ଲାଗୁଛି
ଋତୁମତୀ ଏ ଭାବନା
ଖୋଲି କହିବାକୁ ହୃଦୟ କଥାକୁ
ସମାଜେ ସକତ ମନା ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଲେଖା ଚୋରଣୀର କବିତା ଚୋରୀ ...22.6.2019


ଲେଖା ଚୋରଣୀର 
କବିତା ଚୋରୀ 
ଜର୍ଜରିତ ଏ ନିଃସ୍ୱ କବି ଏକ ଛଳନା ମୟୀ ନଗୁଣୀର ଦଂଶନରେ ।। ସବୁ ମୋରି ଶବ୍ଦ ..ଏ ବେଳା ଭୂମିର ରଚନା
ସେ ମୋର ଅନେକ କବିତାକୁ ବିକଳାଙ୍ଗ କରିଛି ।।ଦେଖିଛି ତାର ଟାଇମ ଲାଇନ....

ମୋ ସୃଷ୍ଟିକୁ ନିଷ୍ଠୁର ହତ୍ୟା ନିର୍ମମ ବ୍ୟବଚ୍ଛେଦର କାବ୍ୟନାୟିକା
https://www.facebook.com/priyambada.priyadershini.3
:) ବୟସରେ ତୋର ବସନ୍ତ ଫେରିଛି ଖବର ପାଇଲି କାଲି,
ରହିଗଲି ଯାହା ବାଡ଼ୁଅ ସଜରେ ଦେଖିବି ଦେଖିବି ବୋଲି।।ବେଳାଭୂମି
****************
ନିତି ଲୋତକରେ ତର୍ପଣ କରେ ଅଧର ପାତ୍ରୀ ନେଇ
ନିତି ଖୋଜିବୁଲେ ସଞ୍ଜ ନଇଁ ଗଲେ ମଧୁଶାଳା ପଥେ ଯାଇ,
ରାତେ ମରି ପୁଣି ସକାଳେ ଜୀଏଁ ମୁଁ ଆଉ ଏକ ରାତି ପାଇଁ
ବଞ୍ଚି ମରି ପୁଣି - ମରି ବଞ୍ଚିବାରେ ଅସୀମ ତୃପ୍ତି ତୋ ପାଇଁ।।ବେଳାଭୂମି
**********
କାହାର ପଡିଛି କଳା ନଜରଟା
ମାନସୀ ମୋ ଋତୁ ଛୁଆଁ
ସପନ ଜଳୁଛି ମଖମଲି ନିଦେ

ରାତି ସାରା ଧୂଆଁ ଧୂଆଁ।।ବେଳାଭୂମି 22.6.2019
ତା ପାଇଁ ପଦେ :-
କାଶ ତଣ୍ଡି ଦେହ ଫଗୁଣ ଛୁଇଁଲେ 
ଶ୍ରାବଣ ଛୁଇଁଲେ ଋତୁକୁ
କେଳି କଦମ୍ବର ବାସ ଚହଟିଲେ
(ରାଣ)ଆସିବ ପୀରତି ତୁଠକୁ,
ପଳାଶ ଢାଳିଲେ ମହୁଲି ମହକ
ପାଣିରେ ମହୁଆ ନିଶା
ଗୋଳି ଢାଳିହେଲେ ପ୍ରେମ ପିଆଲାରେ
(ବୋଧେ !)ମେଣ୍ଟିବ ଯାଇ ମୋ ତୃଷା।।ବେଳାଭୂମି
( ସବୁମୋର ହେଲେ ତୋ ଛବିଟା ପର)

ଉପାସନା ଚାଲେ 'ମୁଁ' 'ମୈଥୁନରେ'

ପ୍ରୀତି ଖୋଜେ ଏଠି ପାଷାଣୀ ପ୍ରତିମା
ପ୍ରେତ ଜପେ ରାମ ନାମ
ଉପାସନା ଚାଲେ 'ମୁଁ' 'ମୈଥୁନରେ'

ବାସ୍ତବ ଲୁଚାଏ ପ୍ରେମ,
ଶବ ଖୋଜେ ଭାବ ତୁଳସୀ ଛୁଆଁର
କୋକେଇଟା ଯାଏ ଖାଲି
ଏଠି ତର୍ପଣ ହୁଏ ଅଶ୍ରୁ ନିଗାଡି
ଲିଭିଲେ ମଶାଣି ଚୁଲି ।।ବେଳାଭୂମି

କେଉଁ ଏକ ବ୍ରାହ୍ମଣର

ଅନେକ ବସନ୍ତ ଗଲା 
ହେଲେ 
ଫେରିଲାନି ଫୁଲର ଫଗୁଣ
କେଉଁ ଏକ ବ୍ରାହ୍ମଣର ଅଯାଚିତ
ଆଶୀର୍ବାଦେ ରହିଗଲି 
ଖାଲି ଯାହା 


ହୋଇ ଆୟୁଷ୍ମାନ ।।ବେଳାଭୂମି

ସେ ପଛେ ନହେଲା ନାହିଁ

❤️❤️❤️ସେ ପଛେ ନହେଲା ନାହିଁ ❤️❤️❤️
ଛିଞ୍ଚି ଦିଅ ତାର ଛଡା ଗଜରାର
ଝରାଫୁଲ ପାଖୁଡାକୁ
ଢାଳି ଦିଅ ଢୋକେ ତା ଓଠ ମଦିରା
ଶେଷ ଶୋଷ ମେଣ୍ଟିବାକୁ,
ବୋହି ନେଇ ଯାଅ ଏ ମର ଦେହଟା
ତା ଚଲା ପଥର ଧାରେ
ଶୁଆଇ ଆସ ହେ ନାଁ ଲେଖି ତାର

ଘୋଡେଇ ଧଳା ଚଦରେ,
ପ୍ରେମ ରହିଯାଉ ଅମର ହୋଇ ମୋ
ଯୁଗ ଠାରୁ ଯୁଗାନ୍ତରେ ..…
ଶିହରୁ ଥାଉ ମୋ ନିର୍ଜୀବ ଦେହଟା
ତା ପରଶ ପୁଲକରେ,
ସେ ପଛେ ନହେଲା ନାହିଁ
ଦୁଃଖ ନାହିଁ ମୋର ନଜଳିଲା ନାହିଁ
ଏ ଦେହର ଶେଷ ଜୁଇ ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

'ବିଦଗ୍ଧ କବି'

ପ୍ରେମର ଫଲ୍ଗୁରେ ଭିଜା ଏକ ବିଦଗ୍ଧ କବିର କବିତା 
'ବିଦଗ୍ଧ କବି'
******************
ପ୍ରେମର ଫଲ୍ଗୁ ବହିଯାଏ ଯହିଁ 
ବିରହ ନଈଟେ ହୋଇ 
ସେଇଠି ଆସେ ମୁଁ ତୋ ପାଇଁକି ସଖୀ
ବିଦଗ୍ଧ କବିଟେ ହୋଇ,
ଲେଖନୀରେ ଗୁନ୍ଥେ ଶବ୍ଦ କୁସୁମ
ନିହାଣେ ଗଢଇ ମୂର୍ତ୍ତି
କପୋଳକଳ୍ପିତ କାମନା ସବୁକୁ
କଳ୍ପନାରେ କରେ ପୂର୍ତ୍ତି,
ଅବା ତୂଳୀକାରେ ରଙ୍ଗ ଉଡା଼ଏ
ରହି ରାତି ଉଜାଗର
ସପନ ପିଠିରେ ଆଙ୍କୁଥାଏ ତୋତେ
ସାଜି ଏକ ଚିତ୍ରକାର,
ବିରହ ନଈର କୂଳେ ବୁଲୁଥାଏ
ବାଟ ଚାହିଁ ଚାହିଁ ତୋର
ଲୁହର ଶ୍ରାବଣେ ଭିଜାଇ ଭିଜାଇ
ବଇଶାଖୀ ଦେହ ମୋର।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ବରଷା ବାସର ରାତି

ବରଷା ବାସର ରାତି
***************
ତାନ୍ ସେନ୍ ହୋଇ ଜୀବନ ଵୀଣାରେ 
ମେଘମଲ୍ହାର ସୁର 

ତୋଳୁଥିବି ତୁମେ ଝରି ପଡୁଥିବ 
ଆକାଶରୁ ଝର ଝର,
ସପନ ଥିବ ମୋ ଶ୍ରାବଣର ଛୁଆଁ 
ଦେହେ ବଇଶାଖୀ ତାତି 
ଋତୁ ରାତି ରତି ପ୍ରଣୟ ପରଶେ
ତୁମେ ଉଠିଥିବ ମାତି,
କେଳି କଦମ୍ବର ବାସ ଖେଳୁଥିବ
ସୁରା ଝରା ଥିବ ପ୍ରୀତି
ଦୁହେଁ ହଜିଥିବା ସରି ଆସୁଥିବ
ବରଷା ବାସର ରାତି ।।24.6.2018
ତପନ ଦୀକ୍ଷିତ(ବେଳା ଭୂମି) 
ନାଶିକେଶ୍ୱର, କାକଟପୁର, ପୁରୀ

ନିରୁଦିଷ୍ଟ ପ୍ରେମିକା

ଏଠି ଦିନର ପାହୁଁଣ୍ଡ ଲମ୍ବା
ଭାରୀ ଲାଗେ ରାତିର ଆୟୁଷ
ରତିକ୍ଲାନ୍ତ ଦେହେ ଛୁଏଁ
କେଉଁ ଏକ ଅନଭିଜ୍ଞ ପ୍ରେମିକାର
ନପୁଂସକ ସ୍ପର୍ଶ,
ତନ୍ଦ୍ରା ଛୁଆଁ ପଲକଟା
ସ୍ବପ୍ନ ଜୁଡୁବୁଡୁ ହେଲେ 
ଦେହ ଲାଗେ ଅବଶ ଅବଶ
ନିରୁଦିଷ୍ଟ ପ୍ରେମିକାର ଠିକଣାକୁ
ଖୋଜି ଖୋଜି 
ଆଜି ହୃଦୟ ବିବଶ।।ବେଳାଭୂମି
https://www.facebook.com/belabhumi64

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ