ପ୍ରେମର ଫଲ୍ଗୁରେ ଭିଜା ଏକ ବିଦଗ୍ଧ କବିର କବିତା
'ବିଦଗ୍ଧ କବି'
******************
ପ୍ରେମର ଫଲ୍ଗୁ ବହିଯାଏ ଯହିଁ
ବିରହ ନଈଟେ ହୋଇ
ସେଇଠି ଆସେ ମୁଁ ତୋ ପାଇଁକି ସଖୀ
ବିଦଗ୍ଧ କବିଟେ ହୋଇ,
ଲେଖନୀରେ ଗୁନ୍ଥେ ଶବ୍ଦ କୁସୁମ
ନିହାଣେ ଗଢଇ ମୂର୍ତ୍ତି
କପୋଳକଳ୍ପିତ କାମନା ସବୁକୁ
କଳ୍ପନାରେ କରେ ପୂର୍ତ୍ତି,
ଅବା ତୂଳୀକାରେ ରଙ୍ଗ ଉଡା଼ଏ
ରହି ରାତି ଉଜାଗର
ସପନ ପିଠିରେ ଆଙ୍କୁଥାଏ ତୋତେ
ସାଜି ଏକ ଚିତ୍ରକାର,
ବିରହ ନଈର କୂଳେ ବୁଲୁଥାଏ
ବାଟ ଚାହିଁ ଚାହିଁ ତୋର
ଲୁହର ଶ୍ରାବଣେ ଭିଜାଇ ଭିଜାଇ
ବଇଶାଖୀ ଦେହ ମୋର।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Monday, June 24, 2019
Subscribe to:
Post Comments (Atom)
ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ
ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...
ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ
-
ନିୟତେ ନିୟମ ନୀତି ଭୁଲି ଆଜ… ****************************** ( ୧) ରମଣୀମଣି ହେ ଘେନ ଅରଜ ଦେଖି କରିଛି ତୋତେ ମନେ ହେଜ, ସରୋଜ ନୟ...
-
ଜ୍ୟୋତ୍ସ୍ନା ଜୁଆରେ ଦେଖିଛି ମୁଁ ମୋର ଶୈଶବର ଜହ୍ନରାତି ଭିଜିଛି ହଜିଛି ମଜିଛି କେତେ ମୁଁ ଜୋଛନା ସାଥିରେ ମାତି, ଲଞ୍ଜା ତାରାକୁ ପ୍ରାଣମିଛି କେତେ ରାମ ରାମ ବୋ...
-
କଙ୍କାଳ କୋଠି ର ଲାଲ୍ ବାଦଶାହ୍ *************************** ଚୋରା ଚାହାଁଣୀରେ ଯେଉଁଦିନ ତୁମେ ନେଇଗଲ ଏଇ ହୃଦୟ ଲୁଟି ପଳ ପଳ କାଟି ସ୍ମ...
No comments:
Post a Comment