Monday, June 24, 2019

ଚମ୍ପେଇ ଅନ୍ଧାରେ .....

ଚମ୍ପେଇ ଅନ୍ଧାରେ ..... 
**********************
ଜହ୍ନ ବୁଡ଼ିଗଲେ ପାହାଡ଼ ସେପାଖେ 

ଚୋରି ଚୋରି ରାଣ ଆସିବ
ମୁକୁଳାଇ ତୁମ କଳା କବରୀକୁ 
ମୋ ପାଖରେ ଟିକେ ବସିବ ,
ମାଳ ଗୁନ୍ଥି ଥିବି ଗଙ୍ଗ ଶିଉଳିରେ
ରଙ୍ଗେଇଥିବି ମୁଁ ପ୍ରେମେ
କିଏ ଜାଣେ ! କାଲି ଥିବି କି ନଥିବି
ହେବାକୁ ତୁମରି ନାମେ ..
ରାତି କାକର ଟା ପାଣି ହୋଇଗଲେ
ବୋଧ ହୁଏ ! ତୁମେ ଆସିବ
ଦେହେ ଦେହ ଲାଗି ଅଳପ ହସରେ
ମିଠା ମିଠା ଟିକେ ଭାଷିବ ,
ଚମ୍ପେଇ ଅନ୍ଧାରେ ଚରଚା ରେ ଥିବ
ତୁମ ମୋ ପ୍ରେମ ଗାଥା
ଚାପା ଚାପା ଦୂରେ ଶୁଣା ଯାଉଥିବ
ଟୁପ୍ ଟାପ୍ କିଛି କଥା ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

No comments:

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ