Tuesday, September 13, 2022

କିଙ୍କର ଶଙ୍କା ମନେ:-


 

କିଙ୍କର  ଶଙ୍କା ମନେ:-

***************

ସୁଶ୍ରୀ ଗୋ ତୁମ ଚୁର୍ଣ୍ଣ କୁନ୍ତଳ ମନ୍ଦ ମଧୁର ବାସ୍ନା

ଫେନାୟିତ ଅଙ୍ଗ-ବଲ୍ଲରୀରେ ମୋ ଶତ ଶତାବ୍ଦୀ ତୃଷ୍ଣା,

ବିମ୍ବ ଅଧର କୁନ୍ଦଦନ୍ତ ତୁମ  ଶଙ୍ଖ ନାଭି  କୃଶକଟୀ 

ଭ୍ରମର ମୋହିତ ମଞ୍ଜୁମଞ୍ଜୀର ଶୃଙ୍ଗାର  ପରିପାଟୀ,

ଢଳ ଢଳ ଦ୍ୱୟ ସୁ ଉଚ୍ଚ କୁଚ ମନରେ ରଚେ ଯା  ମାୟା

କିବା ଅପ୍ସରୀ ମେନକା ରମ୍ଭା କିବା ମନ୍ମଥ ପ୍ରିୟା ..?

ଭୀତି ନୁହେଁ ଭ୍ରାନ୍ତି ନୟନ ଚୟନେ ଅବା ସ୍ମିତ  ହାସ୍ୟ ଦାନେ

ଫେଡ଼ି କର ଦୂର ହେ ନାଗରୀବର  କିଙ୍କର  ଶଙ୍କା ମନେ ।।

ତପନ ଦୀକ୍ଷିତ(ବେଳାଭୂମି)

ନାସିକେଶ୍ୱର, କାକଟପୁର, ପୁରୀ

ମନ୍ମଥ ପ୍ରିୟା :କାମଦେବଙ୍କ ପତ୍ନୀ; ରତିଦେବୀ — The wife of God Cupid.

ମୋ ନିଦର ଅଳସୀ କନିଆଁ


 


 

ମଧୁପ ଚୁମୁଛି କଦମ୍ବ କଳିକୁ

ଝିଙ୍କାରି ନାଚୁଛି ମଗନେ

ଚକୋର ଝୁରୁଛି ନଈ ଆରପଟେ

ଚକୋରୀ ମିଳନ ବିହୁନେ,

ବରଷା ବିଜୁଳି ଘଡ଼ଘଡ଼ି ସାଥେ

ଶ୍ରାବଣଟା ମତୁଆଲା

ଚାଲ୍ ହୋଇଯିବା ହେର୍ ଫେର୍ ଟିକେ

ଆମେ ଦୁହେଁ  ଖୁଲମ୍  ଖୁଲା

ତୋ ଦିୱାନା ମୁଁ ଦିଲ୍ ୱାଲା  ……।।ବେଳାଭୂମି

Monday, September 12, 2022


 

ସେଇ ମୋର ଛୋଟ ଗାଁ
ପାହିଗଲେ ରାତି ଡାକ ଦିଏ ଯହିଁ 
ସ୍ନେହମୟୀ ମୋର ମା
ବାପାରେ ଧନରେ ସହଳ ସହଳ 
ଶେଯରୁ ତୁ ଉଠିଯା
କିଆରି କିଆରି ଧାନ ସୋରିଷର 
ସୁନାରଙ୍ଗ ଯହିଁ ହସେ 
ଯେଉଁଠି ପବନ ଭକତିରେ ଗୋଳା
ତୁଳସୀ ତୁଳସୀ ବାସେ,
ଯହିଁ..
ପଠା କାଶତଣ୍ଡୀ କଣେଇ ଚାହିଁଲେ 
ଗଭାରୁ ଗଜରା ଖସେ 
ଶ୍ରାବଣକୁ ଛୁଏଁ ଚୋରା ଚଇତାଳି 
ପଳାଶ ଚହଟି ବାସେ
ସକାଳ ସୁରଜ ମୁରୁଜ ବୁଣଇ 
ପବନେ ମହୁଲି ଛୁଆଁ 
ଯେଉଁଠି ସଞ୍ଜେ ନୀଳକଇଁ ନିତି 
ଜହ୍ନକୁ ଡାକେ ....,
ଭୁଗୋଳ ପୋଥିରେ ନାଁ ନାହିଁ ଯାର 
ସେଇ ମୋର ଛୋଟ ଗାଁ ……।।11.4.19
ତପନ ଦୀକ୍ଷିତ(ବେଳା ଭୂମି)
ନାସି କେଶ୍ୱର, କାକଟପୁର, ପୁରୀ

 

ଗଣି ଗଣି ଗଲି ତା ପାଦ ଚିହ୍ନକୁ

ପୀରତି ତୁଠରୁ ମଧୁଶାଳା ଯେ ..

ହେଲେ ତା ଅଳତା ଛାପ କୁହେ ଆଜି

କହ ତା'ର  ତୁ ଲାଗଉ କିଏ ?


ଯୋଡି ଯୋଡି ଗଲି ଶୁନରେ ଶୂନକୁ

ଫେଡ଼ି ଫେଡ଼ି ଗଲି ଆୟୁଷ ଯେତେ

ଗୁଣି ଗୁଣି ଆଜି ଗଣିତଟା ଭୂଲ୍

ପାଉନାହିଁ ତା’ର ଉତ୍ତର କେତେ?

ପୀରତି ତୁଠରୁ ପ୍ରତାରଣା ଘାଟ

ବୋଧ ହୁଏ ଭାବେ ଯେତିକି ଦୂର

ଶିମୁଳି ଡାଳରେ ପଳାଶ ଯେପରି

ସେହି ପରି ଲାଗେ ପ୍ରେମଟା ତାର।।

ତପନ ଦୀକ୍ଷିତ(ବେଳାଭୂମି) 

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ