Monday, September 10, 2018

ଯାହାକୁ ଯିଏ……


ଯାହାକୁ ଯିଏ……
ଓଠରେ ସାଜିଲେ ଚେନାଏ ହସକୁ
               ସୁନ୍ଦର ଲାଗଇ ଓଠ
କଥାକୁ ମାଜିଲେ ନଥା ହୋଇଯାଏ
              କଳି ର ହୁଅଇ ଭେଟ,
ସିନ୍ଥି କୁ ସିନ୍ଦୂର ସୁନ୍ଦର ଲାଗଇ 
               କୁଳବଧୂ  ଥିଲେ ନାଇଁ
ମୁଣ୍ଡକୁ ଓଢଣା ପାଦରେ ଅଳତା
            ରେଖା ଗାରେ ଥିଲେ ଦେଇ,
ଶିଶୁମୁହେଁ  ଶୋଭା ଗୁଲୁଗୁଲୁ କଥା
           ଜେଜେଙ୍କୁ  ପାକୁଆ ପାଟି
ସାଙ୍ଗ ସାଥୀ ମେଳେ ଆହୁରି ମଜା ସେ
             ସଞ୍ଜବେଳ ଗୁଲିଖଟି ,
ଯାହାକୁ ଯିଏ ମାନ  କି ନମାନ
ମୋର କିବା ଆସେ ଯାଏ  ……….।।1.8.2018
ତପନ ଦୀକ୍ଷିତ(ବେଳା ଭୂମି)      
ନାଶିକେଶ୍ୱର, କାକଟପୁର, ପୁରୀ               

ଶେଷ ବିନ୍ଦୁ…….


ଶେଷ ବିନ୍ଦୁ…….
**********
ନିଶ୍ୱାସରେ ତୁମେ ବିଶ୍ୱାସରେ ତୁମେ
         ତୁମେ ମୋର ଶେଷ ବିନ୍ଦୁ
କାହିଁକି ବଞ୍ଚିବି ଆଞ୍ଜୁଳେ  ପିୟୁଷେ
         ତୁମେ ଯେ ମୋ ମହା ସିନ୍ଧୁ,
ମନ ମଧୁଶାଳେ ଅସୀମ ତୃଷ୍ଣାରେ
           ତୁମେ ମୋ ପିଆଲା ଭରା
ନହୁଲି ସ୍ୱପ୍ନର ମହୁଲି ପରଶ
           ପାହାନ୍ତିଆ ଧ୍ରୁବ ତାରା,
ନିରାଶା ମରୁରେ ଆଶା ତଟିନୀର
              ସ୍ଵଛ ଶୀତଳ ଧାର
ଜୀବନ ପାହାଡ଼ ଉହାଡୁ ଫେରନ୍ତା
           ପ୍ରତି ଧ୍ୱନୀ ବଞ୍ଚିବାର।।
ତପନ ଦୀକ୍ଷିତ(ବେଳାଭୂମି) 8.9.2018
ନାଶିକେଶ୍ୱର, କାକଟପୁର, ପୁରୀ               


ଶିଉଳି ଫୁଟିଲେ ସ୍ମୃତି ଲୋଟିପଡେ
             ଅଳସୀ ସଞ୍ଜର ଦେହେ
ତୁମକଥା ଭାବି ପଲକ ଭିଜଇ
                କୁହୁଡ଼ିଆ ଆଖି ଲୁହେ,
ଆଜିବି ସାଇତା  ସେ ପାଦ ଅଳତା
            କୁଆଁରୀ ଗାଧୁଆ ତୁଠେ
ଅଙ୍କା ବଙ୍କା ସେଇ ଗାଁ ଗୋହିରିର
              ଚୁନା  ଘାସ ଫୁଲ ଓଠେ,
କୃଷ୍ଣଚୂଡ଼ା  ଆଜି ଅସଜଡ଼ା ବେଶ  
            କାଶତଣ୍ଡୀ ଦେହେ ରଙ୍ଗ 
ସଞ୍ଜ ନଇଁ ଗଲେ ପାହାଡ଼ ସେପଟେ
              ରାତିଟା କରଇ ବ୍ୟଙ୍ଗ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଆଜିବି ସାଇତା ତୋ ଅଳତା ଦାଗ


ଅଙ୍କା ବଙ୍କା ସେଇ  ଗାଁ ଗୋହିରି
               ଟିକି ଘାସ ଫୁଲ ଓଠେ,

ଆଜିବି ସାଇତା ତୋ ଅଳତା ଦାଗ             
           ଆମ ଗାଁ ଉପକଣ୍ଠେ।। ବେଳାଭୂମି 

ହେ କେଶବ !


ମୋହାଛନ୍ନ ସଂସାରର 
ମହା ଶ୍ମଶାନ ରେ
ଜଳୁଥିବା ଯନ୍ତ୍ରଣାର

ଅସଂଖ୍ୟ ଯୁଇରେ ,
ଛାତିକୁ ପଥର କରି
ଦୁଃଖକୁ  ସାରଥୀ
ହେ  କେଶବ  !
ଚାଲିବାକୁ ଶକ୍ତି ଦିଅ  ଖାଲି
କାହିଁ  ବା ଈଛିବ ଛାର  
ହେବା ପାଇଁ ତୁମ ବିଦ୍ୟାପତି ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ