Wednesday, August 29, 2018

କାହିଁକି ଭାବୁଛୁ ନିଃସ୍ଵ ମନରେ... ବିଶ୍ୱ ଜିତିବା ପାଇଁ


କାହିଁକି ଭାବୁଛୁ ନିଃସ୍ଵ ମନରେ
               ବିଶ୍ୱ  ଜିତିବା  ପାଇଁ
ସେ ଜନ ପାରିଛି ଯେ ଜନ ନେଇଛି
               ନିଃସ୍ଵାର୍ଥେ  ମନ ମୋହି,
ସ୍ଵାର୍ଥ ବଦଳେ  ଆତ୍ମୀୟତାର
                 ବନ୍ଧନେ ବାନ୍ଧି  ହୋଇ

କେହିକି ପାଇଛି ଅନାବିଳତାର
                ପ୍ରେମର ପରଶ ପାଇ ?
 ଭିଜି ଯା, ହଜି ଯା, ମଜ୍ଜି ଯା ସେଇ
                ନିସ୍ୱାର୍ଥ ପ୍ରେମ ଦେଇ
ମନ ବାତାୟନ ମୁକ୍ତ କରିଦେ
                ଆସୁଥିବା କାଲି ପାଇଁ ।।
ତପନ ଦୀକ୍ଷିତ(ବେଳା ଭୂମି)  10.8.2018
ନାଶିକେଶ୍ୱର, କାକଟପୁର,ଓଡ଼ିଶା ପୁରୀ


ନୂପୁର ନଚାଇ ଆସିବାକୁ ତୁମେ
                 କଥାଦେଇ ଯାଇଥିଲ
ବୟସ ସୁଅରେ ଯଉବନ ଗଲା
              ହୃଦୟ ଖେଳିଲା ଗେଲ,
ଅଳସ ତନ୍ଦ୍ରାରୁ ସାଉଁଟି ଥିଲି ମୁଁ
           ସେ ଯେଉଁ ସପନ ଫୁଲ
ସାଇତି ରଖିଛି  ପ୍ରୀତି ଚାଙ୍ଗୁଡିରେ 
            ଆସିଗଲ ଭଲକଲ ।।
ତପନ ଦୀକ୍ଷିତ(ବେଳା ଭୂମି)  14.8.2018
ନାଶିକେଶ୍ୱର, କାକଟପୁର,ଓଡ଼ିଶା ପୁରୀ

ଏମିତି ଜଳାଉ ଥାଅ ଆସି ମୋ ସ୍ୱପ୍ନରେ

ଏମିତି ଜଳାଉ ଥାଅ ଆସି ମୋ ସ୍ୱପ୍ନରେ
ଜଳୁଥାଏ ସାଥୀ ତୁମ ପ୍ରେମର ନିଆଁ ରେ,
ଜଳିବାର ମଜା କାହୁଁ ବୁଝିବ ଦୁନିଆ
ଯିଏ ଜଳେ ସିଏ ଜାଣେ ଜଳିବାର ଛୁଆଁ,
ପ୍ରେମ ସତ୍ୟ ପ୍ରେମ ନିତ୍ୟ ଶିବ ଓ ସୁନ୍ଦର

ମଦିର ଓ ମଧୁରର ସଙ୍ଗମର ଦ୍ୱାର…..।।
ତପନ ଦୀକ୍ଷିତ(ବେଳା ଭୂମି)  16.8.2018
ନାଶିକେଶ୍ୱର, କାକଟପୁର, ପୁରୀ ,ଓଡ଼ିଶା

ଫଗୁଣ ଉଡାଇ ଆସୁଥିବ ତୁମେ ...ଅକୁହା କହିବା ପାଇଁ


ଫଗୁଣ ଉଡାଇ ଆସୁଥିବ ତୁମେ 
                  ଅକୁହା କହିବା ପାଇଁ
************************
ଜୀବନରେ ଯେବେ ସଞ୍ଜ ନଉଁଥିବ
ପଣତେ  ସପନେ ତୁମେ ଆସୁଥିବ,
ଓଠ ଥରୁଥିବ କିଛି କହିବାକୁ
ପାଦ କହୁଥିବ ଟିକେ ରହିବାକୁ,
ଛାତିରେ ଛାତିଏ ଅକୁହା ବେଦନା
             ଆସି ଯାଉଥିବ ଫେରି
କବରୀ କୁସୁମ ଅଭିମାନେ ତୁମ
             ପଡୁଥିବେ ଝରି ଝରି,
ଝରା କୁସୁମକୁ ସାଉଣ୍ଟୁଥିବି ମୁଁ
        ରାତି ଆସୁଥିବ ସରି 
ଅବା  ଶୋଇଥିବି  ଶେଷ ନିଦରେ ମୁଁ
                ସପନ ମୋ ଦେଖି ସାରି,
ଫଗୁଣ ଉଡାଇ ଆସୁଥିବ ତୁମେ 
                  ଅକୁହା କହିବା ପାଇଁ
ଶ୍ରାବଣ ସାଉଁଟି ମୁଁ  ଯାଇଥିବି 
              ଅଫେରା ଫେରାରେ ଶୋଇ,
ଅଗଣାରେ ଥିବ ରାମନାମ ସତ୍ୟ
                 ବିଦାୟର ସାହାନାଇଁ
ତୁମେ ଆସୁଥିବ କହିବାକୁ ଯାହା
                   ସେଦିନ ନଥିଲ କହି…..।।
ତପନ ଦୀକ୍ଷିତ(ବେଳା ଭୂମି)  16.8.2018
ନାଶିକେଶ୍ୱର, କାକଟପୁର, ପୁରୀ ,ଓଡ଼ିଶା

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ