ପୂର୍ଣ୍ଣତା
**********
ମାତି ଉଠି
ଥିବ ନୁଆ ମନଟା
ଜହ୍ନ
ମାରୁଥିବ ହାଇ
ନୀଳ
କଇଁଥିବ ଅଭିସାର ସାଜେ
ଗଡ଼ିଆ
ପାଣିରେ ଥାଇ,
ଦୁଇଟି
ଛାତିରେ କମ୍ପନ ଥିବ
ଓଠେ
ଥିବ ନୀରବତା
ଚେତନାରେ
ଥିବ ଅବଚେତନର
ନିଚ୍ଛକ
ବାସ୍ତବତା,
ଋତୁ
ଯଉବନି ମିଳନ ବାସରେ
ବାଉଥିବ ସାହାନାଇଁ
ବୁଡି
ଯାଉଥିବ ପାହାଁନ୍ତି ଜହ୍ନଟା
ରାତି
ଆସୁଥିବ ପାହି,
ପାପ
ପୁଣ୍ୟର ମିଶାଣ ଫଳରେ
ଅବଶ
ପାଦକୁ ନେଇ
ଦୁହେଁ
ଫେରୁଥିବା ଦୁଇଟି
ଦେହର
ଦୁଇଟି
ପୂର୍ଣ୍ଣତା ନେଇ.. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ